ଓଡ଼ିଆ ବର୍ଣ୍ଣମାଳାର ବିଭାଗୀକରଣ
ଓଡ଼ିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଷ ।
ସ୍ୱରବର୍ଣ୍ଣ, ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ତମାନଙ୍କୁ ସ୍ୱରବର୍ଷ କୁହାଯାଏ । ଓଡ଼ିଆ ଭାଷାରେ ସ୍ଵରବର୍ଷ ୧୧ । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ।
ସ୍ୱରବର୍ଣ୍ଣମାନଙ୍କର ବିଭାଗ - ଉଚ୍ଚାରଣ ଅନୁସାରେ ସ୍ୱରବର୍ଣ୍ଣମାନଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଏ । ଯଥା- ହ୍ରସ୍ଵସ୍ଵର ଓ ଦୀର୍ଘସ୍ୱର ।
ହ୍ରସସ୍ଵର - ଅ, ଇ, ଉ, ଋ
ଦୀର୍ଘସ୍ୱର - ଆ, ଈ, ଊ, ଋ, ଏ, ଐ, ଓ, ଔ।
ହ୍ରସ୍ଵସ୍ଵର ଅପେକ୍ଷା ଦୀର୍ଘସ୍ୱରମାନଙ୍କର ଉଚ୍ଚାରଣ ଅଧିକ ସମୟ ନିଏ । ‘ଅ’ ଠାରୁ ‘ଔ’ ପର୍ଯ୍ୟନ୍ତ ୧୧ଟି ସ୍ୱରବର୍ଷର ମାତ୍ର ୮ଟି ଧ୍ୱନି ଅଛି । ଯଥା- ଅ, ଆ, ଇ, ଉ, ଏ, ଐ, ଓ, ଔ । ଆଠଟି ସ୍ୱର ଧ୍ବନି ମଧ୍ୟରୁ ଅ, ଇ, ଉ- ହ୍ରସ୍ଵସ୍ଵର ଧ୍ଵନି ଏବଂ ଆ, ଏ, ଐ, ଓ, ଔ - ଦୀର୍ଘସ୍ୱର ଧ୍ୱନି, ଉଚ୍ଚାରଣରେ ହ୍ରସ୍ଵସ୍ୱରଠାରୁ ଦୀର୍ଘସ୍ୱରରେ ଅଧିକ ସମୟ ଲାଗେ । ଐ, ଔ ଦୁଇଟିକୁ ସଂଯୁକ୍ତ ସ୍ଵର ବା ସନ୍ଧ୍ୟକ୍ଷର କହନ୍ତି ।
ଉଦାହରଣ- ଅ + ଇ = ଐ, ଅଇରାବତ – ଐରାବତ ଅ + ଉ = ଔ, ସଉରଭ – ସୌରଭ
ଦ୍ରୁତ ଉଚ୍ଚାରଣରେ ଅ, ଇ ‘ଐ’ ଓ ଅ, ଉ ‘ଔ’ରେ ପରିଣତ ହୋଇଥା'ନ୍ତି ।
ବ୍ୟଞ୍ଜନବର୍ଷ – ଯେଉଁ ବର୍ଷଗୁଡ଼ିକ ସ୍ୱରବର୍ଷର ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେମାନଙ୍କୁ ବ୍ୟଞ୍ଜନବର୍ଣ୍ଣ କୁହାଯାଏ । ଅର୍ଥାତ୍ ସ୍ୱର ସହିତ ଯୁକ୍ତ ହେଲେ ବ୍ୟଞ୍ଜନବର୍ଷଗୁଡ଼ିକ ଉଚ୍ଚାରିତ ହୁଅନ୍ତି ।
(ବ୍ୟଞ୍ଜନ ବର୍ଣ୍ଣମାନଙ୍କର ସଂଖ୍ୟା ୩୮)
କ, ଖ, ଗ, ଘ, ଙ୍, ଚ, ଛ, ଜ, ଝ,ଞ, ଟ, ଠ, ଡ, ନ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଲ, ଳ, ଵ, ଶ, ଷ, ସ, ହ
॰ (ଅନୁସ୍ଵାର), ଃ (ବିସର୍ଗ), ଁ (ଚନ୍ଦ୍ରବିନ୍ଦୁ)।
। ମାତ୍ର ୩୮ଟି ବ୍ୟଞ୍ଜନବର୍ଣ୍ଣର ଉଚ୍ଚାରଣରେ ୩୨ଟି ଧ୍ୱନି ଅଛି ।
ଯଥା- କ, ଖ, ଗ, ଘ, ଚ, ଛ, ଜ, ଝ, ଟ, ୦, ଡ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ଲ, ୱ, ସ, ହ, ",", ଡ, ଓ, ଯ, ଶ, ଷ, ର ମୌଳିକ ଧ୍ୱନି ଏବେ ଲୁପ୍ତ |
‘କ୍ଷ’ ଏକ ଯୁକ୍ତାକ୍ଷର(କ୍ + ଷ) । ଏହାର ବ୍ୟାବହାରିକ ବିଶେଷତ୍ଵ ହେତୁ ଏହାକୁ ସ୍ଵତନ୍ତ୍ର ବ୍ୟଞ୍ଜନ ବର୍ଣ୍ଣର ମାନ୍ୟତା ଦେବାକୁ କେତେକ ବୈୟାକରଣିକ ମତ ଦେଉଛନ୍ତି ।
ବ୍ୟଞ୍ଜନବର୍ଷର ବିଭାଗୀକରଣ :
ବ୍ୟଞ୍ଜନବର୍ଣ୍ଣମାନଙ୍କ ମଧ୍ୟରୁ କ୍ ଠାରୁ ମ୍ ପର୍ଯ୍ୟନ୍ତ ପଚିଶଟି ସ୍ପର୍ଶବର୍ଣ୍ଣ । ଏଗୁଡ଼ିକର ଉଚ୍ଚାରଣ ସମୟରେ ଜିହ୍ବାର ଅଗ୍ର, ମଧ୍ଯ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଷା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡ଼ିଥାଏ ।
ଏହି ସ୍ପର୍ଶବର୍ଷଗୁଡ଼ିକ ପାଞ୍ଚଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗ୍ୟବର୍ଣ୍ଣ ନାମରେ ପରିଚିତ । ‘ଯ’ ଠାରୁ ‘" ’ ପର୍ଯ୍ୟନ୍ତ ୧୩ ଅବର୍ଗ୍ୟ ବ୍ୟଞ୍ଜନ ।
ବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-
୧ । କ ବର୍ଗ - କ୍, ଖ, ଗ୍, ଘ, ଡ୍ - (କଣ୍ଡ୍ଯ ବର୍ଷ)
୨ । ଚ ବର୍ଗ - ଚ୍, ଛ, ଜ୍, ଟ୍, ଞ - (ତାଲବ୍ୟ ବର୍ଷ)
୩ । ଟ ବର୍ଗ - ଟ୍, ଠ୍, ଡ୍, ଜ୍, ଣ୍ - (ମୂର୍ଦ୍ଧନ୍ୟ ବର୍ଷ)
୪ . ତ ବର୍ଗ - ତ୍ବ, ଥ, ଦ୍, ଧ, ନ୍ - (ଦନ୍ତ୍ଯ ବର୍ଷ)
୫ । ପ ବର୍ଗ - ପ୍, ଫ୍, ବ୍, ଭ, ମ୍ – (ଓଷ୍ଠ୍ଯ ବର୍ଷ)
ଅବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-
ଅବର୍ଗ୍ୟ ବ୍ୟଞ୍ଜନବର୍ଷମାନଙ୍କର ବର୍ଗ ନାହିଁ; ଅର୍ଥାତ୍ ସେଗୁଡ଼ିକର ଉଚ୍ଚାରଣ ସ୍ଥାନ ଭିନ୍ନଭିନ୍ନ ଅଟେ ।
(୧) ଅନ୍ତଃସୁବର୍ଷ – ପ୍, ୟ, ର, ଳ, ଲ୍, ସ୍ୱର ଓ ବ୍ୟଞ୍ଜନର ମଧ୍ୟବର୍ତ୍ତୀ ହେତୁ ଅନ୍ତଃସ୍ଥ ବର୍ଷ, ପରିଚିତ । ଉଚ୍ଚାରଣ କ୍ଷେତ୍ରରେ ଏଗୁଡ଼ିକ ଏହା ମଧ୍ୟ ଅଦ୍ଧ ସ୍ଵର ନାମରେ
(୨) ଉଷ୍ମବର୍ଣ - ଶ୍, ଷ, ସ୍, ହ୍ । ଏଗୁଡ଼ିକର ଉଚ୍ଚାରଣରେ ମୁଖରୁ ଅଧିକ ଉଷ୍ମା (ଉଷ୍ମତା) ନିର୍ଗତ ହୋଇଥାଏ ।
(୩) ଅଯୋଗବାହବର୍ଷ – °, 8, । ଏହି ବର୍ଷଗୁଡ଼ିକ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଷର ଆଶ୍ରୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ । ଏଣୁ ଏଗୁଡ଼ିକୁ ମଧ୍ୟ ଆଶ୍ରିତ ବର୍ଷ କହନ୍ତି ।
ଅନୁନାସିକବର୍ଷ – ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ - ଡ, ଞ, ଣ୍, ନ, ମ୍ ତଥା '' (ଅନୁସାର) ଓ ‘' (ଚନ୍ଦ୍ରବିନ୍ଦୁର) ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆଯାଉଥିବାରୁ ଏଗୁଡ଼ିକୁ ଅନୁନାସିକ ବା ଅନୁନାସିକ୍ୟ ବର୍ଷ କହନ୍ତି ।
ଅଳ୍ପପ୍ରାଣ ବ୍ୟଞ୍ଜନ – ଯେଉଁ ବର୍ଷମାନଙ୍କର ଉଚ୍ଚାରଣରେ ଅଳ୍ପ ପ୍ରାଣ (ବାୟୁ)
ନିର୍ଗତ ହୁଏ, ସେମାନଙ୍କୁ ଅଳ୍ପପ୍ରାଣ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ, ତୃତୀୟ ଓ ପଞ୍ଚମ ବର୍ଣ୍ଣ ଅଳ୍ପପ୍ରାଣ ବ୍ୟଞ୍ଜନର ଅନ୍ତର୍ଗତ । ଯଥା- କ, ଗ, ଡ; ଚ, ଜ, ଞ; ଟ, ଡ, ଣ; ତ, ଦ, ନ; ପ, ବ, ମ ଏବଂ ଯ, ର, ଳ, ୱ
(ମହାପ୍ରାଣ ବ୍ୟଞ୍ଜନ – ଯେଉଁ ବର୍ତମାନଙ୍କର ଉଚ୍ଚାରଣରେ ମହାପ୍ରାଣ (ଅଧିକ ବାୟୁ) ନିର୍ଗତ ହୁଏ, ସେମାନଙ୍କୁ ମହାପ୍ରାଣ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ଦ୍ଵିତୀୟ ଓ ଚତୁର୍ଥ ବର୍ଷ ମହାପ୍ରାଣ ବର୍ଷର ଅନ୍ତର୍ଗତ । ଯଥା- ଖ, ଘ; ଛ, ଝ; ୦, ଢ; ଥ, ଧ; ଫ, ଭ ଏବଂ ଶ, ଷ, ସ, ହ।
((ଅଘୋଷ ବ୍ୟଞ୍ଜନ – ଯେଉଁ ବର୍ଷଗୁଡ଼ିକର ଉଚ୍ଚାରଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇ ନ ଥାଏ, ସେଗୁଡ଼ିକୁ ଅଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ବିତୀୟ ବର୍ଷ ତଥା ଶ, ଷ ଓ ସ ଅଘୋଷ ବ୍ୟଞ୍ଜନ ଅଟେ ।
ସଘୋଷ ବ୍ୟଞ୍ଜନ )- ଯେଉଁ ବର୍ଷଗୁଡ଼ିକର ଉଚ୍ଚାରଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇଥାଏ, ସେଗୁଡ଼ିକୁ ସଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷ ଏବଂ ଯ, ର, ଳ, ଓ ସଘୋଷବ୍ୟଞ୍ଜନ ଅଟେ ।
ଡ, ଢ - ଶବ୍ଦର ପ୍ରଥମ ଅକ୍ଷର ଡ, ଢ ହୋଇଥିଲେ ଯେଉଁ ଉଚ୍ଚାରଣ ହୁଏ, ପରେ ଥିଲେ ଭିନ୍ନ ଉଚ୍ଚାରଣ ହୁଏ । ଯଥା- ଡବା, ଡମରୁ, ଡାହାଣ; ବାଡ଼, ଗଡ଼, ସଡ଼କ; ଢଗ,
ଢାମଣା, କଢ଼, ଦାଢ଼ ଇତ୍ୟାଦି । କେହି କେହି ଦ୍ବିତୀୟ ପ୍ରକାର ଉଚ୍ଚାରଣ ପାଇଁ ଡ, ଢ ତଳେ ବିନ୍ଦୁ ଦେଇ ଲେଖନ୍ତି । ଯଥା- ଛଡ଼, ପଢ଼ା । ଡ, ଢ ଓ ଅଧୋବିନ୍ଦୁ ଥିବା ଡ଼, ଢ଼, ର ପ୍ରୟୋଗରେ କୌଣସି ଅର୍ଥଗତ ପରିବର୍ତ୍ତନ ଘଟେ ନାହିଁ । ଏଣୁ ଅଧୋବିନ୍ଦୁ ବିଯୁକ୍ତ ଓ ଅଧୋବିନ୍ଦୁ ଯୁକ୍ତ ଡ, ଢ ଦୁଇ ପ୍ରକାରର ବର୍ଣ୍ଣ ନୁହନ୍ତି ।
ଚ-ଡ, ଢ କୁ ଅନୁସରଣ କରି କେହି କେହି ‘ଚ’ ତଳେ ବିନ୍ଦୁ ଦେଇଥାନ୍ତି । ଏହା ଏକ ଭୁଲ୍ ବ୍ୟବହାର । ‘ଚ’ ତଳେ ଅଧୋବିନ୍ଦୁ ନାହିଁ ।
ଡ, ଞ୍ଜ, ଣ, ଳ- ଏହି ଚାରୋଟି ବର୍ଷ ଶବ୍ଦର ପ୍ରଥମ ଅକ୍ଷର ରୂପେ ବ୍ୟବହୃତ ହୋଇପାରନ୍ତି ନାହିଁ ।
ଙ, ଞ ର ବ୍ୟବହାର କେତୋଟି ଶବ୍ଦରେ ମାତ୍ର ସୀମିତ । ଯଥା- ଆକାଙ୍କ୍ଷା, ବାମୟ, ନଞ୍ଚତ୍ ପୁରୁଷ, ଯାଜ୍ଞା । ବର୍ଣ୍ଣମାଳାରେ ଥିବା ଏହି ବର୍ଷ ଦୁଇଟିର ଆଉ ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ ।
ଣ- ଯୁକ୍ତାକ୍ଷରରେ ‘ଣ’ର ଉଚ୍ଚାରଣ ‘ନ’ ହୋଇଥାଏ । ଯଥା- କାରୁଣ୍ୟ-କାରୁନ୍ୟ, ପର୍ଣ-ପନ୍ନ, ତଣ୍ଟି-ତନ୍ଟି । ଡ, ଞ, ଣ, ନ, ମ (ବର୍ଗର ପଞ୍ଚମ ବର୍ଷ), °, - ଏହି ବର୍ଷଗୁଡ଼ିକୁ ଅନୁନାସିକ ବର୍ଣ୍ଣ କହନ୍ତି । କାରଣ ଉଭୟ ମୁଖଗହ୍ଵର ଓ ନାସିକା ସାହାଯ୍ୟରେ ଏମାନେ ଉଚ୍ଚାରିତ ହୁଅନ୍ତି ।
ନ, ମ- ଏହି ବର୍ଣ୍ଣଦ୍ଵୟ ଅନୁନାସିକ; ମାତ୍ର ଶବ୍ଦର ଆଦ୍ୟରେ ରହିଲେ ଅନୁନାସିକ ହୋଇ ନ ଥା'ନ୍ତି । ଯଥା- ଜନ, ବନ ଶବ୍ଦରେ ‘ନ’ ଅନୁନାସିକ; କିନ୍ତୁ ନଜର, ନବ ଶବ୍ଦରେ ‘ନ’ ଅନୁନାସିକ ନୁହନ୍ତି । ‘ନୟନ’ ଏହି ଶବ୍ଦର ପ୍ରଥମ ‘ନ’ ଅନୁନାସିକ ନୁହେଁ; ମାତ୍ର ଶେଷ ‘ନ’ ଅନୁନାସିକ ଅଟେ । ସେହିପରି ‘ମଧୁ’ରେ ‘ମ’ ଅନୁନାସିକ ନୁହେଁ; କିନ୍ତୁ ‘ରାମ’ରେ ‘ମ’ ଅନୁନାସିକ ।
ଯ, ୟ – ଓଡ଼ିଆ ବର୍ଣ୍ଣମାଳାରେ ଏ ଦୁଇଟି ପୃଥକ୍ ବର୍ଷ । ଉଭୟର ସ୍ୱତନ୍ତ୍ର ପ୍ରୟୋଗ ରହିଛି । ଯଥା- ଯଥା, ଯମୁନା, ଯାତନା; ଲୟ, କାୟ, ଶୟନ । ପୁନଶ୍ଚ ଏହି ବର୍ଣ୍ଣଦ୍ୱୟର ଉଚ୍ଚାରଣ ମଧ୍ୟ ସ୍ୱତନ୍ତ୍ର ।
ଳ, ଲ- ଓଡ଼ିଆ ଭାଷାରେ ଏ ଦୁଇଟି ପୃଥକ୍ ବର୍ଷ । ଉଚ୍ଚାରଣ ଓ ଲିଖିତ ରୂପରେ ଏ ଦୁଇଟି ପରସ୍ପରଠାରୁ ଭିନ୍ନ । ଯଥା- ସକାଳ, ଦେଉଳ, ଫଳ, ଲମ୍ବ, ଲେଉଟିଆ, କାଲ । ଅର୍ଥପ୍ରକାଶ ଦୃଷ୍ଟିରୁ ବର୍ଷ ଦୁଇଟି ମଧ୍ଯ ଭିନ୍ନ । ଯଥା- ପାଲ-ପାଳ, ପାଳି-ପାଲି ।
ୱ - ଆମ ଭାଷାରେ ଅବର୍ଗ୍ୟ ‘ବ’ ସ୍ଥାନରେ ଏହି ନୂତନ ଲିପି ‘ଓ’ର ବ୍ୟବହାର କରାଯାଉଛି । ବିଶେଷତଃ କେତେକ ଦେଶୀ, ବିଦେଶୀ ଶବ୍ଦର ଲେଖାପାଇଁ ଏହାର ଅତ୍ୟାବଶ୍ୟକତା ରହିଛି । ଯଥା- ବେଣ୍ଢା, ଓ୍ବାଦ୍ଧା, ହାଓ୍ବା, ୱାରେଣ୍ଟ, ରେଲୱେ, ୱାଚ୍, ଓ୍ବାରେନ୍ହେଷ୍ଟିଙ୍ଗସ୍, ଓ୍ୱାଟର, କନଓ୍ବାର ସିଂ, ଆଓ୍ବାଜ ।
୫ (ବିସର୍ଗ)- ଓଡ଼ିଆ ଭାଷାରେ ୫ (ବିସର୍ଗର) ସ୍ଵତନ୍ତ୍ର ଉଚ୍ଚାରଣ ନାହିଁ । ବିସର୍ଗଯୁକ୍ତ କେତେକ ଶବ୍ଦ ଥିଲେ ମଧ୍ୟ ଉଚ୍ଚାରଣରେ ବିସର୍ଗର ପରିପ୍ରକାଶ ଘଟେ ନାହିଁ । ଯେପରି ଦୁଃଖୀ, ଦୁଃଶାସନ, ଦୁଃସାହସ, ଦୁଃସୁ, ନିଃଶ୍ବାସ, ନିଃସୃତ ଶବ୍ଦଗୁଡ଼ିକ ଯଥାକ୍ରମେ ଦୁଖୀ, ଦୁଶାସନ, ଦୁଗ୍ଧ, ନିଶ୍ବାସ, ନିସ୍ତୃତ ପରି ଉଚ୍ଚାରିତ ହୁଏ; ମାତ୍ର କେହି ବିସର୍ଗ ଉପରେ ଜୋର୍ ଦେଇ ଉଚ୍ଚାରଣ କଲେ, ସେଠାରେ ବିସର୍ଗର ‘ହ’ ଉଚ୍ଚାରଣ ହୋଇଥାଏ । ସଂସ୍କୃତ ଶବ୍ଦାବଳୀରେ ‘’ର ବ୍ୟବହାର ଅଧିକ । ସେଠାରେ ୫ ‘ହ’ ରୂପେ ଉଚ୍ଚାରିତ ହୁଏ ।
ଯଥା- ରାମଃ, ମନଃ, ବହିଃ, ପୟଃ ।
•, (ଅନୁସାର ଓ ଚନ୍ଦ୍ରବିନ୍ଦୁ)- ଏହି ବର୍ଣଦ୍ୱୟର ଉଚ୍ଚାରଣ ସ୍ୱରବର୍ଣ୍ଣ ସହିତ ସର୍ବଦା
ସଂଶ୍ଳିଷ୍ଟ । ଅନୁସାର ଓ ଚନ୍ଦ୍ରବିନ୍ଦୁଯୁକ୍ତ ଶବ୍ଦରେ ଉଭୟ ସ୍ୱରକୁ ଆଶ୍ରୟ କରି ରହିଥା'ନ୍ତି । ସ୍ୱରରୁ
ଏମାନଙ୍କୁ ପୃଥକ୍ କରି ହୁଏ ନାହିଁ । ଯଥା- ହଂସ (ହ+ଅଂ+ସ), ମାଂସ, କଂସା, ଦଂଶନ,
ଅଁଳା, କୁଆଁରୀ, ଚଅଁର, ଘାଉଁରି । ଏଣୁ ଏ ଦୁଇଟିକୁ ଅବିଭାଜ୍ୟ ବର୍ଣ୍ଣ କୁହାଯାଇଥାଏ ।
ଶ, ଷ, ସ - ଏହି ତିନୋଟି ବର୍ଷର ଉଚ୍ଚାରଣ ଓଡ଼ିଆରେ ପ୍ରାୟ ‘ସ’ ହୋଇଥାଏ ।
